Odisha Link
Bridging the Missing Links in Odisha

କାର୍ ପୋଡି ଦେଲେ ଦୁର୍ବୃତ୍ତ

ଭଞ୍ଜନଗର : ଅଜଣା କାର୍‌କୁ ଜାଳିଦେଲେ କିଛି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବୋରଦା ନିକଟରେ କାର୍‌ଟିକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଗାଡିଟି କାହାର ଏବଂ କାହିଁକି କିଏ ଗାଡିଟିକୁ ପୋଡିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।
ତେବେ ଏହି ଗାଡି ପୋଡି ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.