Odisha Link
Bridging the Missing Links in Odisha

ଲୋକସଭାର ନୂଆ ବାଚସ୍ପତି ହେବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ଲୋକସଭାର ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା। ଚଳିତବର୍ଷ ସାଧାରଣ ନିର୍ବାଚନରେ ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ସେ ଲୋକସଭାର ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି। ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ଚଳିତଥରକୁ ମିଶାଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି। ପୂର୍ବରୁ ବାଚସ୍ପତି ପଦବୀ ପାଇଁ ପିପି ଚୌଧୁରୀ ଏବଂ ଏସଏସ ଆଲୁୱାଲିଆ ଓ ଓଡ଼ିଶାର ଜୁଏଲ ଓରାମଙ୍କ ନାମ ଚର୍ଚ୍ଚା ହେଉଥିଲା କିନ୍ତୁ ବାଚସ୍ପତି ଦୌଡ଼ରେ ଓମ୍‌ ବିର୍ଲା ବାଜି ମାରି ନେଇଛନ୍ତି।

Comments are closed.