Odisha Link
Bridging the Missing Links in Odisha

ଜୁନ୍ ୨୦ ରୁ ମେଡିକାଲ କାଉନସେଲିଂ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ବେସରକାରୀ ମେଡି କଲେଜରେ ଥିବା ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୨୦ ତାରିଖରୁ କାଉନସେଲିଂ ପ୍ରକି୍ରୟା ଆରମ୍ଭ ହେବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ୧୯ ହଜାର ଛାତ୍ରଛାତ୍ରୀ ନିଟରେ ର୍ୟାଙ୍କ ପାଇଛନ୍ତି ସେମାନେ ଏହି କାଉନସେଲିଂ ପ୍ରକି୍ରୟାରେ ସାମିଲ ହୋଇପାରିବେ ।
ଓଜେଇଇ ବିଜ୍ଞପ୍ତି ଅନୁଯାୟୀ, ଜୁନ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ଏବଂ ପଞ୍ଜିକରଣ ହେବ । ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ଜୁନ୍ ୨୬ ରେ ପ୍ରକାଶ ପାଇବ । ଜୁନ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରରେ ଡକୁମେଣ୍ଟ ଯାଞ୍ଚ ହେବ ଜୁନ ୨୬ ଓ ୨୭ ତାରିଖରେ ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କର ମେଡିକାଲ ବୋର୍ଡ ବସିବ । ଜୁଲାଇ ୧ ତାରିଖରେ ରାଜ୍ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୧ ଓ ୨ ତାରିଖରେ ଚଏସ ଫିଲିଂ ଓ ଲକିଂ ହେବ । ଜୁଲାଇ ୪ ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ହେବ । ଜୁଲାଇ ୫ ଓ ୯ ତାରଖ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲରେ ପ୍ରୋଭିଜନାଲ ନାମ ଲେଖା ହେବ । ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ମିଳିଥିବା କଲେଜରେ ଯୋଗ ଦେବାକୁ ହେବ । ଜୁଲାଇ ୨୪ ରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଏବଂ ସର୍ବଭାରତୀୟ ସ୍ତରରେ ନାମ ଲେଖା ପରେ ରାଜ୍ୟ କୋଟାକୁ ଫେରିଥିବା ସିଟ୍ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୪ ଓ ୨୫ ରେ ବାକି ସିଟ ପାଇଁ ଚଏସ ଫିଲିଂ ଏବଂ ଚଏସ ଲକିଂ ହେବ । ଜୁଲାଇ ୨୬ ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆବଣ୍ଟନ ହେବ । ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ନାମ ଲେଖା ଜୁଲାଇ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ । ଜୁଲାଇ ୩୧ ତାରିଖରେ ସମସ୍ତ ପ୍ରତ୍ୟାହାର ପାଇଁ ସୁଯୋଗ ଦିଆଯିବ । ଅଗଷ୍ଟ ୩ ରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା କଲେଜରେ ରିପୋଟିଂ କରିବେ । ଏହା ପରେ ଯଦି ସିଟ୍ ଖାଲି ପଡ଼ିଲା ତେବେ ଅଗଷ୍ଟ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ସ୍ପଟ୍ କାଉନସେଲିଂ ହେବ । ଅଗଷ୍ଟ ୧୨ ତାରିଖ ସୁଦ୍ଧା ଆବଣ୍ଟନ ହୋଇଥିବା କଲେଜରେ ଛାତ୍ରଛାତ୍ରୀ ଯୋଗ ଦେବେ । ସମସ୍ତ ଘରୋଇ କଲେଜରେ ଅଗଷ୍ଟ ୧୮ ତାରିଖ୍ ସୁଦ୍ଧା ଯୋଗ ଦେବାକୁ ଶେଷ ତାରିଖ ରଖାଯାଇଛି ।

Comments are closed.