Odisha Link
Bridging the Missing Links in Odisha

କଳାହାଣ୍ଡିରେ ଋଣ ଜାଲିଆତି : ତିନି ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖାରେ ବ୍ୟାଙ୍କ କର୍ମଚାରୀ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଦଲାଲ ମିଶି ଚାଷୀଙ୍କ ନାଁରେ ବେନାମୀ କୃଷି ଋଣ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରିଥିବା ସମ୍ନାକୁ ଆସିଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖା ଅନ୍ତର୍ଗତ ଅଞ୍ଚଳର ଦୁଧେଲ, କାନ୍ଦୁଲଝର, ଟେପସା, ପଲନା, ବାଲିପାଟି, ଅଜରାଇ, ଅର୍ତ୍ତଲ ଆଦି ଗାଁର ଚାଷୀଙ୍କୁ ଋଣ ଟଙ୍କା ୩୦ଦିନ ଭିତରେ ପରିଶୋଧ ପାଇଁ ନୋଟିସେ ଆସିବା ପରେ ଠକେଇ ଘଟଣା ଜଣାପଡିଛି ।
ଠକେଇର ଶୀକାର ସମସ୍ତେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରି ନ ଥିବାବେଳେ ନୋଟିସ ପାଇବା ପରେ ଚିନ୍ତାରେ ଅଛନ୍ତି ଚାଷୀ । ପ୍ରାଥମିକ ଯାଞ୍ଚ ପରେ କିଛି ଚାଷୀ ନାଁରେ ଜାଲ୍ ଦସ୍ତଖତ କରି ଋଣ ଉଠା ଯାଇଥିବାବେଳେ, କିଛି ଚାଷୀଙ୍କ ନାଁ ରେ ଅନ୍ୟ ବ୍ୟକ୍ତିଙ୍କ ଫଟୋ ଓ ନକଲି ଭୋଟର ପରିଚୟ ପତ୍ର ଦେଇ ଋଣ ଟଙ୍କା ଉଠା ଯାଇଛି । ଏପରିକି କିଛି ଚାଷୀଙ୍କ ନକଲି ଆରଓଆର ଓ ମାଲଗୁଜାରୀ ରସିଦ ଦେଇ ଟିପ ଚିହ୍ନ ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ଦୁଇ ମୃତ ଚାଷୀଙ୍କ ନାଁରେ ମଧ୍ୟ ଟଙ୍କା ହଡପ କରାଯାଇଥିବା ସମ୍ନାକୁ ଆସିଛି ।

Comments are closed.