Odisha Link
Bridging the Missing Links in Odisha

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ରାଜ୍ୟ ସରକାର ଓ ଏମ୍ସ ମଧ୍ୟରେ ଚୁକ୍ତି

ଭୁବନେଶ୍ବର: ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ଏକ ପାଦ ଆଗକୁ ବଢିଛି। କାରଣ ଭୁବନେଶ୍ବର ଏମ୍ସ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛି। ଏନେଇ ରାଜ୍ୟ ସରକାର ଓ ଏମ୍ସ ହସ୍ପିଟାଲ ମଧ୍ୟରେ ଏକ ଏମଓୟୁ ଚୁକ୍ତି ସ୍ୱାକ୍ଷର ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍ୱାସ୍ଥ୍ୟ ସଚିବ ଓ ଏମ୍ସ ନିର୍ଦ୍ଦେଶିକାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ସୂଚନାଥାଉକି, ବିଏସକେୱାଇରେ ୧୯୬ଟି ଘରୋଇ ହସ୍ପିଟାଲ ଅନୁବନ୍ଧିତ ହୋଇଛି।

Comments are closed.