Odisha Link
Bridging the Missing Links in Odisha

ରାଜନଗର ଉପ-ଡାକଘରୁ ଲୁଟ୍ ଉଦ୍ୟମ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଉପ-ଡ଼ାକଘରୁ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଡାକ ଘର ତାଲା ଭାଙ୍ଗି ଭିତରେ ପଶି ଟଙ୍କା ଥିବା ଆଇରନ ଚେସକୁ ଭଙ୍ଗାରୁଜା କରିବା ସହିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏଣେତେଣେ ପକାଇବା ସହିତ କମ୍ପ୍ୟୁଟର ଓ ଫ୍ୟାନ୍ ଭଙ୍ଗାରୁଜା କରିଛନ୍ତି । ସକାଳୁ ଉପ-ଡାକଘରର ପୋଷ୍ଟ ମାଷ୍ଟର ପୋଷ୍ଟ ଅଫିସ ଖୋଲିବାକୁ ଆସିଥିବା ସମୟରେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ । ଏହା ସହିତ ଚାବି ଭଙ୍ଗାଯାଇ ତଳେ ପଡିବା ସହିତ ଅଫିସ ଭିତରେ ଥିବା କାଗଜ ପତ୍ର ଆଇରନ ଚେସ୍ ଓ ଟେବୁଲ ଫ୍ୟାନ୍ କମ୍ପ୍ୟୁଟର ଆଦି ଏପଟେ ସେପଟେ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଉପ-ଡାକଘରର ପୋଷ୍ଟମାଷ୍ଟର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।

Comments are closed.