Odisha Link
Bridging the Missing Links in Odisha

ଷଡ଼ଯନ୍ତ୍ରକୁ ଖଣ୍ଡନ କଲେ ରବି କୁମାର

ଭୁବନେଶ୍ୱର: ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତ୍ତୋଳନକାରୀ ରବି କୁମାର ନିଜର ପ୍ରତିକ୍ରିୟା ରଖିବା ସହ ଏହା ପଛରେ କୌଣସି ଷଡ଼ଯନ୍ତ୍ର ନଥିବା କହିଛନ୍ତି ।
ସେ କହିଛନ୍ତି ଯେ, ସଠିକ ସୂଚନା ପାଇନଥିବାରୁ ଏଭଳି ତ୍ରୁଟି ହେଲା । ଗଥ ଫେବ୍ରୁଆରୀରେ ଡୋପ ଟେଷ୍ଟ ହୋଇଥିଲା । ଏଥିରେ ପଜିଟିଭ ଆସିଛି । ଯେତେବେଳେ ମୁଁ ଖେଳ ଛାଡ଼ିବାକୁ ଯାଉଥିଲି, ସେତେବେଳେ ଏସବୁ ଘଟିଲା । ମୋ ପାଇଁ ତଥା ମୋ ସମର୍ଥକଙ୍କ ପାଇଁ ଏହା ଏକ ଦୁଃଖଦ ଘଟଣା । ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର କିଛି ନାହିଁ । ଏକା ମୁଁ ନୁହେଁ, ସମ୍ପୃକ୍ତ ଉତ୍ପାଦ ଖାଇ ୨୦ରୁ ଅଧିକ ପଜିଟିଭ ହୋଇଛନ୍ତି । ଉକ୍ତ ଉତ୍ପାଦ ବ୍ୟାନ ହୋଇଥିବା ନେଇ ଆମ ପାଖରେ କୌଣସି ସୂଚନା ନଥିଲା ବୋଲି ରବି କୁମାର କହିଛନ୍ତି ।

Comments are closed.