Odisha Link
Bridging the Missing Links in Odisha

ଜେଇଙ୍କୁ ବସଉଠ ମାମଲା : ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନର ହାଇକୋର୍ଟରେ ଶୁଣାଣି ଆଜି

କଟକ : କନିଷ୍ଠ ଯନ୍ତ୍ରୀଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକ ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି । ଏହି ମାମଲାରେ ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ ।
ସେପଟେ ଏହାକୁ ଖାରଜ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଧାୟକ ପ୍ରମାଣ ନଷ୍ଟ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକ ଦର୍ଶାଯାଇଛି । କନିଷ୍ଠ ଯନ୍ତ୍ରୀଙ୍କୁ ସମର୍ଥନ କରି ଆଦିବାସୀ ସଂଘ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ଓ ପୋଲିସକୁ ଦେଇଥିବା ସମୟ ସୀମା ଶେଷ ହୋଇଛି ।ତେଣୁ ରାଜ୍ୟ ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସଜବାଜ ହେଉଛି ସଂଘ । ଏପରି ସ୍ଥିତିରେ ବିଧାୟକଙ୍କ ଅଡୁଆ ବଢିପାରେ । ସେପଟେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଖସାଇଦେବାକୁ ମଧ୍ୟ ଚାଲିଛି ଯୋଜନା । ଏଯାଏଁ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଏନେଇ ବିରୋଧର ସ୍ବର ମଧ୍ୟ ଉଠିଲାଣି ।

Comments are closed.