Odisha Link
Bridging the Missing Links in Odisha

ସମୁଦ୍ରରୁ ଧରାହେଲା ୧୦ ବିରଳ ମାଛ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନିପାଳ ମାଛ ଧରା କେନ୍ଦ୍ରର ମତ୍ସ୍ୟଜୀବୀ ଗୁରୁବାର ୧୦ଟି ବିରଳ ତେଲିଆ ଶିଳା ମାଛ ଧରିଛନ୍ତି। ଗୋଟେ ଗୋଟେ ମାଛର ଓଜନ ୩୦ କେଜିରୁ ଉର୍ଦ୍ଧ ରହୁଥିବା ବେଳେ ଏହାର ବଜାର ଦର ମଧ୍ୟ ବହୁ ଉଚ୍ଚା। କିଲୋ ପ୍ରତି ୬ ହଜାରରୁ ଉର୍ଦ୍ଧ ଟଙ୍କାରେ ଏହି ମାଛ ବିକ୍ରି ହେଉଥିବା ବେଳେ ଗୋଟିଏ ମାଛର ମୂଲ୍ୟ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେଲିଆ ଶିଳା ନାମରେ ନାମିତ ଏହି ମାଛ ସମୁଦ୍ରରେ କମ ଦେଖିବାକୁ ମିଳିଥାଏ। ସତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହିଭଳି ୧୦ଟି ମାଛ ସେମାନଙ୍କ ଜାଲରେ ପଡିଥିଲା। ମାଛ ବ୍ୟବସାୟୀମାନେ ଏହାକୁ ଉଚ୍ଚା ଦରରେ କିଣି ହାଓ୍ବଡା, ଦୀଘା, ସିଲିଗୁଡି ଓ ଆସାମକୁ ଅଧିକ ଲାଭ ପାଇବା ପାଇଁ ପାଠାଇଥାନ୍ତି। ଏହି ମାଛକୁ କିଣିବାକ ବ୍ୟବସାୟୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଲାଗି ରହିଥିବାବେଳେ ଦେଖଣାହାରୀଙ୍କ ସଂଖ୍ୟା ମଧ୍ୟ ତା ଠାରୁ ଅଧିକ। ମତ୍ସଜୀବୀଙ୍କ ମତରେ ଏହି ମାଛରେ ଓମେଗା ୩ର ପରିମାଣ ଅଧିକ ଥିବାରୁ ଏହାକୁ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ।

Comments are closed.