Odisha Link
Bridging the Missing Links in Odisha

ନବଜାତ କନ୍ୟାକୁ ନେଇ ମେଡିକାଲରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍‌

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଖମାରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ମେଡିକାଲରୁ ଫେରୁଥିବା ଜଣେ ମହିଳା ଏବଂ ତାଙ୍କର ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ଅଟୋରେ ଜଣେ ମହିଳା ଏବଂ ତାଙ୍କର ନବଜାତ ଶିଶୁକନ୍ୟା ଘରକୁ ଫେରୁଥିଲେ। ସାଥୀରେ ଆଶା ଦିଦି ଥିଲେ। ଖମାରପଡ଼ା ନିକଟକରେ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳା ଏବଂ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆଶା ଦିଦିଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.