Odisha Link
Bridging the Missing Links in Odisha

ଫନି କ୍ଷୟକ୍ଷତି ହୋଇଥିବା କାମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ରକୁ ମଗା ଯାଇଛି ଅଧିକ ଅର୍ଥ

ଭୁବନେଶ୍ବର : ବାତ୍ୟା ଫନି କ୍ଷୟକ୍ଷତି ପୁନରୁଦ୍ଧାର ସମୀକ୍ଷା ନେଇ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ ପିପିଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ଟିମ୍ ସଚିବାଳୟରେ ଶକ୍ତି ମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଫନି ପୁନରୁଦ୍ଧାର କାମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ରକୁ ଅଧିକ ଅର୍ଥ ମଗା ଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ତେବେ କ୍ଷୟକ୍ଷତିର ଭରଣା ପାଇଁ ୫ହଜାର ୨୦୦କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି । କେନ୍ଦ୍ରୀୟ ଟିମ୍ ବାତ୍ୟା ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା ପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଓଡିଶାକୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସବୁବେଳେ ତତ୍ପର ରହିଥିବା ଟିମ୍ ର ମୁଖ୍ୟ ବିବେକ ଭରଦ୍ବାଜ କହିଛନ୍ତି । ବର୍ତ୍ତମାନ ଫନି ପୁନରୁଦ୍ଧାର କାମ ଠିକରେ ଚାଲିଥିବା କେନ୍ଦ୍ରୀୟ ଟିମ୍ ପ୍ରକାଶ କରିଛନ୍ତି । ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଆସିଥିବା ଏହି ୧୧ ଜଣିଆ ଟିମ୍ ସତ୍ୟବାଦୀ ଦୁଗଲ ପଞ୍ଚାୟତର ଅଛେଇଶ ଓ ମଣି ତଳ ଏବଂ ପୁରୀ ସଦରର ହରେକୃଷ୍ଣପୁରର ଭୋଇସାହି ଗାଁକୁ ଯାଇ ଫନି ପରବର୍ତ୍ତି ପୁନଃରୁଦ୍ଧାର ସ୍ଥିତି ବୁଲି ଦେଖିଥିଲେ । ଆଜି କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ସବିଶେଷ, ରିପୋର୍ଟ ପ୍ରଦାନ କରିବେ ।

Comments are closed.