Odisha Link
Bridging the Missing Links in Odisha

ଚୋରା ଦେଶୀ ମଦ ବିକ୍ରି ରୋକିବାରେ ପୋଲିସ ବିଫଳ

ସୋର : ଦେଶୀ ଚୋରା ମଦ ବିକ୍ରି ରୋକିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗରେ ମହିଳାଙ୍କ ଆକ୍ରୋଶରେ ଶୀକାର ହୋଇଛି ପୋଲିସ । ବାଲେଶ୍ବର ଜିଲ୍ଲା ସୋର ଥାନା ବାଳଙ୍ଗ ଗ୍ରାମ ପଞ୍ଚାୟତ ବୁଡିଆଆଡି ଗ୍ରାମର ଡେଡେ ହାଁସଦାଙ୍କ ଘରୁ ବିପୁଳ ପରିମାଣରେ ମଦ ଜବତ କରିଛି ପୋଲିସ । ଅଭିଯୁକ୍ତ ଦୀର୍ଘଦିନ ଧରି ଚୋରା ଦେଶୀ ମଦ ବ୍ୟବସାୟ କରୁଥିବା ବେଳେ ଆଜି ସକାଳେ ଗ୍ରାମର କିଛି ମହିଳା ମାନେ ଉତ୍ୟକ୍ତ ହୋଇ ଅଭିଯୁକ୍ତଙ୍କ ଘରେ ପଶି ମଦ ବାହାର କରିବାଥିଲେ ସେତେବେଳେ ଗ୍ରାମର ଜଣେ ଯୁବକକୁ ଡେଡେ ହାଁସଦା ଆକ୍ରମଣ କରିଥିଲେ । ଅନନ୍ତପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ହେଲେ ସେଠାରେ ପୋଲିସ ମଧ୍ୟ ମହିଳାଙ୍କ ଆକ୍ରୋଶର ଶିକାର ହୋଇଥିଲା । ମହିଳାମାନେ ପୋଲିସକୁ ଠେଲାପେଲା କରିଥିଲେ । ଡେଡେକୁ ପୋଲିସ ଗିରଫ କରିବା ମହିଳାମାନେ ଡେଡେକୁ ଘରୁ ବାହାର କରିଥିବା ମଦକୁ ରାସ୍ତାରେ ଢାଳି ନଷ୍ଟ କରିଥିଲେ।

Comments are closed.