Odisha Link
Bridging the Missing Links in Odisha

ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ବିଧାନସଭା ପାଇଁ ନୂଆ ପରମ୍ପରା । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ ରେ ଏହି ବୈଠକ ଅନୁଷ୍ଠିତ ହେବ ।
ଗୃହ ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ପ୍ରଥମ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଏଥିପାଇଁ ସବୁ ଦଳର ନେତାଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଛି । ନିର୍ବାଚନ ପରେ ପ୍ରଥମ କରି ଏହି ଲମ୍ବା ଅବଧିର ଅଧିବେଶନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରୀ । ଗୃହରେ ଗଠନମୂଳକ ପ୍ରସଙ୍ଗରେ ଯେପରି ସ୍ବର ଉଠାଇବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ ସେଥିପାଇଁ ଏହି ବୈଠକର ଆବଶ୍ୟକତା ରହିଛି । ବିଶେଷ କରି ବିରୋଧୀ ଦଳର ସଦସ୍ୟମାନେ ଯେପରି ଗୃହ ପରିଚାଳନା କରିବାରେ ସହଯୋଗ କରିବେ ସେସବୁ ଦୃଷ୍ଟିରୁ ବୈଠକରେ ଆଲୋଚନା କରାଯିବ । ଏ ନେଇ ସବୁ ବିରୋଧୀ ଦଳ ନେତାମାନଙ୍କୁ ବିଧାନସଭା ପକ୍ଷରୁ ଚିଠି ଲେଖି ଜଣାଇଦିଆଯାଇଛି ।

Comments are closed.