Odisha Link
Bridging the Missing Links in Odisha

ଘର କାନ୍ଥ ପଡି ଚାଲିଗଲା ଦୁଇଟି ଜୀବନ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି । ପୁରୁଣା ଘର ମାଟି କାନ୍ଥ ପଡ଼ି ଜଣେ ଶ୍ରମିକ ସମେତ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକମାନେ ହେଲେ ଘରମାଲିକ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା । ଆହତ ମଜୁରିଆଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ପଞ୍ଚାନନ ନାଥ। ଆଜି ସକାଳେ ଘର ମରାମତି କାମ କରୁଥିବା ସମୟରେ ଏହି ତିନି ଜଣଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବନମାଳୀ ଓ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.