Odisha Link
Bridging the Missing Links in Odisha

ବିରୋଧୀ ଦଳ ନେତା ଘୋଷଣା ହୋଇନଥିବାରୁ ଗୃହରେ ହୋହଲ୍ଲା

ଭୁବନେଶ୍ବର : ବିଧାନସଭା ପ୍ରଥମ ଦିନରେ ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହୋଇଥିଲା । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା । ଫୋନିର ଭୟାବହତା ଓ କ୍ଷୟକ୍ଷତି ବାବଦରେ ଜଣାଇବା ସହ ବାତ୍ୟାର ସଫଳତାର ସହ ମୁକାବିଲା ନେଇ ସରକାରଙ୍କୁ ସାବାସୀ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ପ୍ରସ୍ତାବ ରଖୁଥିବା ବେଳେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଦେଇଥିଲେ । ହୋହଲ୍ଲା କରିବା ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଏଥିପାଇଁ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Comments are closed.