Odisha Link
Bridging the Missing Links in Odisha

ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ

ବ୍ରଜରାଜନଗର : ହତ୍ୟାକାଣ୍ଡ ମାମଲାରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ସ୍ଥାନୀୟଲୋକ ଆଜି ସକାଳ ୬ଟାରୁ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି । ଫଳରେ କୋଇଲା ପରିବହନ ସମେତ ଯାତ୍ରୀବାହୀ ଗାଡି ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇ ଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।
ମିଳିଥିବା ସୂଚନା ଅନୁସାରେ, ସୋମବାର କିଛି ଦୁର୍ବୃତ୍ତ ବାଇକରେ ଆସି ଅମିତ ଧଳ ନାମକ ଜଣେ ବ୍ୟକ୍ତି ଉପରକୁ ଅତର୍କିତ ଭାବେ ୫ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଅମିତକୁ ମଣ୍ଡଳୀଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନା ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଏହାକୁ ନେଇ ଗତରାତିରୁ ବ୍ରଜରାଜନଗରରେ ପରିସ୍ଥିତି ଅଶାନ୍ତ ଓ ଉଦବେଗଜନକ ରହିଥିବା ବେଳେ ଛକାପଞ୍ଚା ଲାଗି ରହିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣଧୀନ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସେପଟେ ହତ୍ୟାକାଣ୍ଡର ପ୍ରତିବାଦ ଓ ଅଭିଯୁକ୍ତମାନକୁ ଦୁରନ୍ତ ଗିରଫ ଦାବିରେ ମୃତ ଅମିତର ସମର୍ଥକମାନେ ପୋଡା ଜଳା କରିବା ସହିତ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି ।

Comments are closed.