Odisha Link
Bridging the Missing Links in Odisha

କ୍ରିକେଟରେ ଆଉ ଜଣେ ଧୋନୀ….

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ର ଆଜି ୩୨ ତମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କିନ୍ତୁ ମ୍ୟାଚ ଆରମ୍ଭରୁ ଚର୍ଚ୍ଚାରେ ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର। ତାଙ୍କୁ ବିଶ୍ବ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଳିଆ କୋଚ୍‌ ଜଷ୍ଟିନ ଲାଙ୍ଗର। ଜୋସ୍‌ ବଟଲରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ଜଷ୍ଟିନ୍‌ ଲାଙ୍ଗର। ଆକ୍ରମଣାତ୍ମକ ଷ୍ଟାଇଲରେ ବ୍ୟାଟିଂ କରୁଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ବଟଲର ଭବିଷ୍ୟତରେ ପୂର୍ବତନ ଭାରତୀୟ ଅଧିନାୟକ ଧୋନୀଙ୍କୁ ଅତିକ୍ରମ କରିଯାଇ ପାରନ୍ତି ବୋଲି ବୋଲି ଲାଙ୍ଗର କହିଛନ୍ତି। ଏହା ସହ ଜଷ୍ଟିନ୍‌ ଅନ୍ତର୍ଜାନୀୟ କ୍ରିକେଟରେ ଧୋନୀ ବର୍ତ୍ତମାନ ଅନ୍ୟତମ ଶ୍ରେଷ୍ଠ ଫିନିଶର ବୋଲି କହିଛନ୍ତି। ଏଥିସହିତ ଜୋସ୍‌ ହେଉଛନ୍ତି ଜଣେ ଅବିଶ୍ବସନୀୟ ଖେଳାଳି। ତାଙ୍କ ବ୍ୟାଟିଂ ଦେଖିବା ଲାଗି ମୋର ଆଗ୍ରହ ରହିଥାଏ। ସେ ହେଉଛନ୍ତି ବିଶ୍ବ କ୍ରିକେଟର ନୂଆ ଧୋନୀ ବୋଲି ଜଷ୍ଟିନ ଲାଙ୍ଗର କହିଛନ୍ତି। ସୂଚନାଥାଉକି, ବଟଲର ୧୩୭ଟି ମ୍ୟାଚ ଖେଳି ସାରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ହେଉଛି ୧୨୦.୨୫। ସେ ବିଶ୍ବ କ୍ରିକେଟରେ ୪୧.୪୨ ଆଭରେଜରେ ୩୭୨୮ ରନ ସଂଗ୍ରହ କରି ସାରିଲେଣି।

Comments are closed.