Odisha Link
Bridging the Missing Links in Odisha

ଷୋଡ଼ଶ ବିଧାନସଭା: ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଧାନସଭା ପରିସରରେ ଦିଆଯାଇଛି ଗାର୍ଡ ଅଫ୍ ଅନର।

ଅଧିବେଶନର ଆରମ୍ଭ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଅଧିବେଶନର ଆରମ୍ଭରେ ସମସ୍ତ ବିଜୟୀ ହୋଇଥିବା ବିଧାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ। ଏହା ପରେ ନିଜ ଭାଷଣରେ ଦିଗଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଲେ ରାଜ୍ୟପାଳ। ଫୋନିର ଭୟାବହତା ଓ କ୍ଷୟକ୍ଷତି ପ୍ରସଙ୍ଗରେ ମୋ ସରକାର ସଫଳ ବୋଲି ରାଜ୍ୟପାଳ କହିଛନ୍ତି। ଏଥି ସହିତସେ କହିଛନ୍ତି ଯେ, ପ୍ରଥମ ଦିନରୁ ପ୍ରତିଶ୍ରୁତି ପୂରଣ ଉଦ୍ୟମ କରାଯାଇଛି। ମୋ ସରକାରକୁ ଲଗାତର ପଞ୍ଚମ ଥର ପାଇଁ ସଫଳତା ମିଳିଛି। ମୋ ସରକାର ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି । କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି। ଲୋକଙ୍କ ବିଶ୍ବାସ ଓ ଭରସା ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ । ଏହା ସହ ଛାତ୍ରଛାତ୍ରୀଙ୍କୁ ବିନା ସୁଧରେ ଶିକ୍ଷାଋଣ ଯୋଗାଇ ଦିଆଯିବ ସହ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି ବୋଲି ରାଜ୍ୟପାଳ କହିଛନ୍ତି ।

Comments are closed.