Odisha Link
Bridging the Missing Links in Odisha

ପ୍ରଦୀପ୍ତ ନାଏକ: ଏସଟିଡି ବୁଥ୍‌ ମାଲିକରୁ ରାଜ୍ୟ ବିରୋଧୀ ଦଳ ନେତା

ଭବାନୀପାଟଣା: ରାଜ୍ୟ ରାଜନୀତିରେ ଏବେ ପ୍ରଦୀପ୍ତ ନାଏକ ଏକ ଚର୍ଚ୍ଚିତ ନାମ। ଏସଟିଡି ମାଲିକରୁ ରାଜ୍ୟ ବିରୋଧୀ ଦଳ ନେତା ହୋଇ ଏବେ ସବୁଠି ଚର୍ଚ୍ଚାରେ ପ୍ରଦୀପ୍ତ। ପ୍ରଦୀପ୍ତ ଛାତ୍ର ଜୀବନରୁ ବିଭିନ୍ନ ଆନ୍ଦୋଳନ ସହିତ ଜଡିତ ରହି ଜନ ଜୀବନରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲେ। ନିଜର ବ୍ୟବହାର ଓ ସରଳ ଜୀବନଯାପନ ଲୋକଙ୍କ ସହିତ ସମ୍ପର୍କ ପାଇଁ ବଳିଷ୍ଠ ବ୍ୟକ୍ତିତ୍ବ ସୃଷ୍ଟି କରିପାରିଥିଲେ। କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ଚିତୈଗୁଡା ପଞ୍ଚାୟତର ନୂଆଗୁଡାରେ ବାପା କିରସାନୀ ନାଏକ ଓ ମା ଲକ୍ଷ୍ମୀ ଦେଇଙ୍କ ଔରସରୁ ୧୯୬୬ ମସିହାରେ ଏପ୍ରିଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଦୀପ୍ତ ଗ୍ରାମଞ୍ଚଳର ଜୀବନ ଶୈଳୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ବାପା ଜଣେ ପ୍ରାଥମିକ ଶିକ୍ଷକ ଥିବା ଯୋଗୁଁ ସେ ତାଙ୍କ ପରିବାରରୁ ପ୍ରେରଣା ଓ ଉତ୍ସାହ ପାଇଥିଲୋ। ବର୍ତ୍ତମାନ ତାଙ୍କ ସହଧର୍ମିଣୀ ପ୍ରମିଳା ନାଏକ ଭୁବନେଶ୍ବରସ୍ଥିତ କୃଷି ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏକ ମାତ୍ର ପୁଅ ହିତାର୍ଥ ନାଏକ ମଧ୍ୟ ଭୁବନେଶ୍ବରରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ପ୍ରଦୀପ୍ତ ନାଏକ ୧୯୯୦ ମସିହାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗଠିତ ଛାତ୍ରଯୁବ ସଂଘର୍ଷ ବାହିନୀର ଜିଲ୍ଲା ଆବାହକ ଭାବେ କାର୍ଯ୍ୟ କରୁଥିଲେ।

ଏହି ସମୟରେ ନିଜର ପେଟପାଟଣା ପାଇଁ ଗାନ୍ଧୀଛକ ଠାରେ ଏକ ଏସିଟିଡି ବୁଥ ସେଣ୍ଟର ଖୋଲିଥିଲେ। ଏଠାରୁ ତାଙ୍କର ବିଭିନ୍ନ ରାଜନେତାଙ୍କ ସହିତ ସମ୍ପର୍କରେ ଆସିଥିଲେ। ପରେ କାଳାହାଣ୍ଡି ଲିବରେସନ ଫ୍ରଣ୍ଟର ନେତା ଭାବେରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୫ ମସହାରେ ମହାରଜା ପ୍ରତାପ କେଶରୀ ଦେଓଙ୍କ ସଂସ୍ପର୍ଶରେ ଆସି ବିଜେପି ଦଳରେ ଯୋଗ ଦେଇଥିଲେ। ଭବାନୀପାଟଣା ବିଧାନସଭା ନର୍ବାଚନମଣ୍ଡଳୀ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିଲେ। ଭବାନୀପାଟଣା ସଦର ବିଧାୟକ ବିଜେପିର ପ୍ରଦୀପ୍ତ କୁମାର ନାଏକ ତାଙ୍କ ନିକଟତକମ ପ୍ରତିଦ୍ବନ୍ଦୀ ଦୁଷ୍ମନ୍ତ ନାଏକଙ୍କୁ ୪ ହଜାର ୬୮୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ପ୍ରଦିପ୍ତ ୧୯୯୫ ମସିହାରେ ମାତ୍ର ୬୯ଟି ଭୋଟ ବ୍ୟବଧାନରେ ବିଜୟଲାଭ କରି ସଦର ନିର୍ବାଚମଣ୍ଡଳୀର ବିଧାୟକ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ ଆରମ୍ଭ କରିଥିଲେ। ଏହାପରେ ୨୦୦୦ ମସିହା, ୨୦୦୪ ଓ ବର୍ତ୍ତମାନ ୨୦୧୯ ମହିହାରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୦୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ। ପୁନର୍ନବାର ୨୦୦୮ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବରେ ମନ୍ତ୍ରୀ ଭାବରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। କଳାହାଣ୍ଡି ଜିଲ୍ଲାର ପୂର୍ବ କଂଗ୍ରେସ ନେତା ଭୂପିନ୍ଦର ସିଂ ରାଜ୍ୟ ବିରୋଧୀ ଦଳ ନେତା ଭାବରେ ୨୦୦୯ ମସିହାରେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ପ୍ରଦୀପ୍ତ ଜିଲ୍ଲାର ଦ୍ବିତୀୟ ନେତା ଯିଏ କି ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ ପାଇଛନ୍ତି।

Comments are closed.