Odisha Link
Bridging the Missing Links in Odisha

ଶିକାରୀଙ୍କ ଗୁଳିମାଡରେ ଯୁବକ ଆହତ

ନୟାଗଡ଼ : ନୟାଗଡ ଜିଲ୍ଲା ଇଟାମାଟି ଥାନ ଅନ୍ତର୍ଗତ ପାଲାଗୁଣ୍ଠୁଣି ଗାଁରେ ଅଭାଭନୀୟ ଘଟଣା ଦେଖିବାକୁ ମଳିଛି। ଆଜି ସକାଳ ସମୟରେ ପାହାଡ ତଳକୁ ଶୌଚ ପାଇଁ ଦୁଃଶାସନ ପ୍ରଧାନ ଯାଇଥିଲେ। ପାହଡରେ ଶିକାରୀ ମାନେ ଶିକାର କରୁଥିବା ବେଳେ ପାଲଟା ଗୁଳି ଦୁଃଶାସନଙ୍କ ଦେହରେ ବାଜି ଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ସକାଳ ସମୟ ହୋଇଥିବାରୁ ସେହି ଗାଁର ଲୋକମାନେ ପହାଡତଳକୁ ଶୌଚ ପାଇଁ ଯିବାବେଳେ ଯୁବକଟି ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସାଙ୍ଗେ ସାଙ୍ଗେ ପୁଲିସ୍‌ କୁ ଖବର ଦେଇଥିଲେ। ଘଟଣା ସ୍ଥାଳରେ ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି। ପରେ ବାଳକଟିର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.