Odisha Link
Bridging the Missing Links in Odisha

ଉପସ୍ଥାପିତ ହେଲା ବଜେଟ, କଣ କହିଲେ ମୋଦି?

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରି ସାରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ବଜେଟକୁ ନେଇ ମୋଦିି କହିଛନ୍ତି ଯେ, ଦେଶ ପାଇଁ ଏହା ଏକ ସ୍ୱପ୍ନର ବଜେଟ୍ । ଆଶା, ବିଶ୍ୱାସ ଓ ଆକାଂକ୍ଷାର ବଜେଟ୍ । ବଜେଟରେ ମଧ୍ୟମବର୍ଗଙ୍କ ପ୍ରଗତି ହେବା ସହ ଦେଶ ବିକାଶରେ ଅଗ୍ରଗତି ହେବ । ଟିକସ୍ ବ୍ୟବସ୍ଥା ମଧ୍ୟ ସରଳ ହେବ ।’
ଏଥିସହିତ ମୋଦି କହିଛନ୍ତି ଯେ, ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବଢାଇବ ବଜେଟ୍ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ନ୍ୟୁ ଇଣ୍ଡିଆ ନିର୍ମାଣରେ ସହାୟକ ହେବ ଏହି ବଜେଟ୍। ତେବେ ପ୍ରଧାନମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟର ନାମ ‘ଗ୍ରୀନ୍ ବଜେଟ୍’ ରଖିଛନ୍ତି ।

Comments are closed.