Odisha Link
Bridging the Missing Links in Odisha

ଆନ୍ଦୋଳନ କରିବ ବିଏଡ୍‌ ଶିକ୍ଷକ ସଂଘ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଶିକ୍ଷୟିତ୍ରୀ-ଶିକ୍ଷକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। କଟକ ଜିଲ୍ଲା ନିଆଳି ବ୍ଲକ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଆକ୍ରମଣ ହୋଇଛି। ଶିକ୍ଷୟିତ୍ରୀ ଜଣକ ଏବେ ମରଣ ସହ ଲଢେଇ କରୁଛନ୍ତି। ରାଜ୍ୟ ବିଏଡ୍‌ ଶିକ୍ଷକ ସଂଘ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଶିକ୍ଷକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସରକାର ତୁରନ୍ତ ସବୁ ବିଦ୍ୟାଳୟରେ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ଆବଶ୍ୟକ ବୋଲି ସଂଘ ଦାବି କରିଛି।

ଏହାଛଡ଼ା ଶିକ୍ଷାସହାୟକମାନଙ୍କ ନିୟମିତ ଦରମା ନ କରିବା ଏବଂ ଠିକଣା ସମୟରେ ରେଗୁଲାର ନ କରିବା କାରଣରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ଥିକ ଦୁରବସ୍ଥା ଦେଇ ମାନସିକ ଚିନ୍ତାରେ ପଡୁଛନ୍ତି। ପରିସ୍ଥିତିର ସାମ୍ନା କରି ନ ପାରି ଦୁଇଦିନ ତଳେ ବାଲିଆପାଳ ବ୍ଲକ ଚାନ୍ଦମଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କରଞ୍ଜ ଗ୍ରାମର ଭରତ ସାମନ୍ତରାୟ ଆତ୍ମହତ୍ୟା କରିଛନ୍ତି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଏହି କଥାକୁ ବିଚାରକୁ ନେଇ ସରକାର ପ୍ରତି ମାସରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପ୍ରଦାନ, ୬ବର୍ଷ ଚୁକ୍ତି ସମୟ ପୂରଣ ହେବା ମାତ୍ରେ ନିୟମିତ କରିବା ଓ ମାସିକ ପାରିଶ୍ରମିକ ତୁରନ୍ତ ବୃଦ୍ଧି କରିବା ଦାବିକୁ ସରକାର ବିଚାର ନ କରନ୍ତି ତେବେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବ ବୋଲି ରାଜ୍ୟସଂଘ ସଭାପତି ଅଜୟ କୁମାର ଧଳଙ୍କ ସହ ଅନ୍ୟ କର୍ମକର୍ତ୍ତା ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Comments are closed.