Odisha Link
Bridging the Missing Links in Odisha

ଶେଷରେ ଆଖି ବୁଜିଲେ ଗଙ୍ଗା ଯମୁନା

କଟକ: ଆଜି ଶେଷରେ ଆଖି ବୁଜିଲେ କଟକ ଶିଶୁ ଭବନରେ ଚିକିତ୍ସାଧୀନ ହେଉଥିବା ଯୋଡ଼ା ଶିଶୁ ଗଙ୍ଗା ଯମୁନା। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ।

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରେଣୁବାଳା ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଥିଲା। ଦୁହିଙ୍କର ମୁଣ୍ଡ, ହାତ ଓ ଗୋଡ଼ ଅଲଗା ଥିଲେ ମଧ୍ୟ ଗୋଟିଏ ହୃଦୟ ଥିଲା। ତେବେ ଅଧିକ ଚିକିତ୍ସା ପାଇଁ ଶିଶୁମାନଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରୁନଥିଲେ। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଅଧିକ ସଙ୍କଟାପନ୍ନ ହୋଇଯାଇଥିଲା। ଶେଷରେ ଯୋଡ଼ା ଶିଶୁ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି।

Comments are closed.