Odisha Link
Bridging the Missing Links in Odisha

‘ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ମ୍ୟାଚ ଜାଣିଶୁଣି ହାରିଚି କି?’ ଏଭଳି ପ୍ରଶ୍ନର ଉତ୍ତର କଣ ଦେଲେ ସର୍ଫରାଜ ଜାଣନ୍ତୁ

ନୂଆଦିଲ୍ଲୀ: ଇତି ମଧ୍ୟରେ କ୍ରିକେଟ ମହାକୁମ୍ଭର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ସମାପ୍ତ ହୋଇ ସାରିଛି। ଏହା ସହିତ ସେମିଫାଇନାଲ କେଉଁ ଦଳ ଖେଳିବ ତାର ମଧ୍ୟ ସ୍ପଷ୍ଟ ଚିତ୍ର ଆସିଯାଇଛି। ଜୁଲାଇ ୯ ରେ ପ୍ରଥମ ସେମିଫାଇନାଏ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଜୁଲାଇ ୧୧ ତାରିଖରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ୪ଟି ଟିମ୍‌ ମଧ୍ୟରୁ ଯେଉଁ ୨ଟି ଟିମ୍‌ ବିଜୟୀ ହେବେ ସେମାନେ ୧୪ ଜୁଲାଇରେ ଫାଇନାଲ ଟ୍ରଫି ପାଇଁ ଖେଳିବେ।

ଚଳିତ ବିଶ୍ବକପରେ ଟିମ୍‌ ଇଣ୍ଡିଆ ସେମିଫାଇନାଲ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ, ଅନ୍ୟପଟେ ପାକିସ୍ତାନ ଟିମ୍‌ ନିଜ ଦେଶକୁ ଫେରି ଯାଇଛି। ଚଳିିତ ବିଶ୍ବକପର ଆରମ୍ଭର ୪-୫ ଟି ମ୍ୟାଚ ପରେ ଶୁଣିବାକୁ ମିଳୁଥିଲା ଯେ, ୧୯୯୨ ମସିହା ବିଶ୍ବକପ୍‌ ପରି ୨୦୧୯ ବିଶ୍ବକପ୍‌ ମଧ୍ୟ ପାକିସ୍ତାନ ବିଶ୍ବ ମୁକୁଟ ହାତେଇବ ବୋଲି। କିନ୍ତୁ ଦୁଃଖର ବିଷୟ ଚଳିତ ବିଶ୍ବକପରେ ପାକିସ୍ତାନ କ୍ରିକେଟ ଦଳ ସେମିଫାଇନାଲରେ ପ୍ରବେଶ କରି ପାରିନାହିଁ। ବିଶ୍ବକପ୍‌ରୁ ବିଦା ହେଲା ପରେ ପାକିସ୍ତାନ ଦଳ ସ୍ବଦେଶ ଫେରି ଯାଇଛି। ଏଥ ସହିତ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସର୍ଫରାଜ କହିଛନ୍ତି ଯେ, “ମୁଁ ନିଜକୁ ଲଜ୍ଜିତ ମନେ କରୁଛି, ଏଥି ସହିତ ଅଧିନାୟକ ପଦ ଛାଡ଼ିବାକୁ ମନସ୍ଥ କରିଛି। ଏ କଥା ପିସିବି ଚିନ୍ତା କରିବ। ଆମେ ମାନେ ବହୁତ ପରିଶ୍ରମ କରିଛୁ। ଆମେ ଘରକୁ ୨-୪ ପଏଣ୍ଟ ସହ ଆସିନାହୁଁ। ଆମେ ୧୧ ପଏଣ୍ଟ ସହ ଆସିଛୁ। ଠିକ୍‌ ଅଛି ଆମେ ସେମିଫାଇନାଲରେ ନିଜ ସ୍ଥାନ ରଖି ପାରିଲୁ ନାହିଁ। ଏଥିପାଇଁ କ୍ଷମା ମାଗିବା ଦରକାର ନାହିଁ କାହିଁକିନା ଟିମ୍‌ ତାର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛି।”

ସର୍ଫରାଜ ଅହମଦ ମଧ୍ୟ ଜୁନ୍‌ ୩୦ରେ ହୋଇଥିବା ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍‌ ବିଷୟରେ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ସର୍ଫରାଜଙ୍କୁ ଭାରତ ଜାଣିଶୁଣି ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା କି? ଏ ପ୍ରଶ୍ନ ର ଉତ୍ତର ରଖି ସର୍ଫରାଜ କହିଛନ୍ତି ଯେ,” ଏଭଳି କହିବା ଠିକ୍‌ ହେବ ନାହିଁ। ମୋତେ ଲାଗୁନାହିଁ ଯେ ଭାରତ ଆମ ପାଇଁ ଜାଣିଶୁଣି ହାରିଛି। ସେହି ମ୍ୟାଚରେ ଇଂଲଣ୍ଡ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲା।

Comments are closed.