Odisha Link
Bridging the Missing Links in Odisha

ମୋଦିଙ୍କ ପଥରେ ପ୍ରତାପ : କର୍ମୀଙ୍କ ପାଦ ଧୋଇଲେ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ଦେଶରେ ଦ୍ୱିତୀୟ ମୋଦି ଭାବେ ପରିଚିତି ହାସଲ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଦ୍ୱିତୀୟ ମୋଦି ବୋଲି କୁହାଯାଉଛି । ଫଳରେ ପ୍ରତାପ ମଧ୍ୟ ମୋଦିଙ୍କ ଅନ୍ଦାଜକୁ ଆପଣାଇ ନେଉଥିବା ଦେଖିବାକୁ ମିଳିଛି । ପ୍ରୟାଗରେ ମୋଦି ସଫେଇ କର୍ମଚାରୀଙ୍କ ପାଦ ଧୋଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏବେ କର୍ମୀଙ୍କ ପାଦ ଧୋଇ ପ୍ରତାପ ବି ଚର୍ଚ୍ଚିତ ହୋଇଛନ୍ତି ।

ପ୍ରତାପ ଷଡ଼ଙ୍ଗୀଙ୍କ ମୋଦି ଅନ୍ଦାଜ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫେଇ କର୍ମଚାରୀଙ୍କ ପାଦ ଧୋଇଥିବାବେଳେ ପ୍ରତାପ ନିଜ ଦଳର ବରିଷ୍ଠ କର୍ମୀଙ୍କ ପାଦ ଧୋଇଛନ୍ତି । ବଡ଼ସାହି ନିର୍ବାଚନମଣ୍ଡଳୀର ବେତନଟୀ ସଂସ୍କୃତି ଭବନରେ ଆୟୋଜିତ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରତାପ । ସ୍ଥାନୀୟ ପରମ୍ପରା ଅନୁସାରେ ସେ ବରିଷ୍ଠ ନାଗରିକଙ୍କ ପାଦ ଧୋଇ ଦେଇଥିଲେ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ସେ ପାଦ ଧୋଇବାର ଦୃଶ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ବରିଷ୍ଠଙ୍କୁ ଭକ୍ତି ତଥା ସମାଜ ଓ ଭାରତମାତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କ କର୍ତବ୍ୟ ଏବଂ ବିଜେପି ଏହି ମାନସିକତାକୁ ଆଧାର କରିଛି ବୋଲି ବିଜେପିର ନେତାମାନେ ମତପୋଷଣ କରିଛନ୍ତି ।

Comments are closed.