Odisha Link
Bridging the Missing Links in Odisha

ସ୍କୁଲ ଯିବାକୁ ନାହିଁ ଉତ୍ତମ ରାସ୍ତା, ପ୍ରତିବାଦରେ ରାସ୍ତା ଉପରେ ଧାନ ଗଛ ରୋପଣ କଲେ ଛାତ୍ରଛାତ୍ରୀ

ମାଲକାନଗିରି: ଉତ୍ତମ ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସ୍କୁଲ ଯିବା ରାସ୍ତାରେ ଧାନ ଗଛ ରୋପଣ କରି ଏଭଳି ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲାର ମାଡକାପଦର ସ୍କୁଲର ଛାତ୍ରଛାତ୍ରୀ। ପ୍ରତିଦିନ ଚାଲି ଚାଲି ସ୍କୁଲ କୁ ନୀତିଦିନ ଯାତାୟତ କରନ୍ତି ଛାତ୍ରଛାତ୍ରୀ। ହେଲେ ବର୍ଷା ଦିନ ଥିଲା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ।ବର୍ଷା ଦିନ ଆସିଲେ ସେମାନଙ୍କ ସ୍କୁଲ ଯିବା ଆସିବା ରାସ୍ତା ଥିଲା କାଦୁଅ ଭରା। କିଛି ଦିନ ତଳେ ହିଁ ଆରମ୍ଭ ହୋଇଥିଲା ରାସ୍ତା କାମ।ହେଲେ ଶୀଘ୍ର ବର୍ଷା ଆସିଯାଇଥିବା ରୁ କାମ ହୋଇପାରିନଥିଲା। ତେଣୁ କାଦୁଅ ପଚ ପଚ ରାସ୍ତା ରେ ନିୟମିତ ମାଡ଼କାପଦର ସ୍କୁଲକୁ ଯାତାୟତ କରୁଛନ୍ତି ଛାତ୍ର ଛାତ୍ରୀ।

ମାଡ଼କାପଦର ପଞ୍ଚୟତର ସଦର ମହକୁମା ଠାରୁ କିଛି ଦୂରରେ। କନ୍ଧଗୁଡା,ଧଉଡାକୁଟ,ବାଘଖଦ୍ରା ର ଛାତ୍ର ଛାତ୍ରୀ କାଦୁଅ ପଚ ପଚ ରାସ୍ତା ରେ ଯାତାୟତ କରୁଥିବା ବେଳେ ଏଭଳି ଅଭିନବ ଉଦ୍ୟମ ଦେଖିବାକୁ ମିଳିଛି।ଗ୍ରାମବାସୀ ଏବଂ ଅଭିଭାବକ ଏମାନଙ୍କୁ ସମର୍ଥନ ଜଣାଇ ଆଗକୁ ଆସିଛନ୍ତି। ସୂଚନାଥାଉକି, କିଛି ଦିନ ତଳେ ଉତ୍ତମ ରାସ୍ତା ନଥିବା କାରଣରୁ ମାଲକାନଗିରି ଜିଲ୍ଲାର ତାଳଗୁଡା ଗ୍ରାମର ଅଧିବାସୀ ରାସ୍ତା ଉପରେ ଧାନ ଗଛ ରୋପଣ କରିଥିଲେ।

Comments are closed.