Odisha Link
Bridging the Missing Links in Odisha

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍‌ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦ୍। ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍। ଲାହୋରରୁ ଗୁଞ୍ଜରାବାଲାକୁ ଯାଉଥିବା ବେଳେ ଗିରଫ ହୋଇଛି ହାଫିଜ୍। ସୂଚନା ମୁତାବକ, କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ ହାଫିଜ୍ କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ପୂର୍ବରୁ ପୁଲୱାମା ଏବଂ ଉରୀ ଭଳି ଆତଙ୍କୀ ହମଲାରେ ହାଫିଜ ସୟିଦ୍ ର ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା। ଲକ୍ସର-ଇ-ତୋଇବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଏବଂ ଜମା-ଆଟ୍-ଉଡଦା ଆତଙ୍କୀ ମୁଖ୍ୟ ହେଉଛି ହାଫିଜ୍।

କିଛି ଦିନ ପୂର୍ବେ ହାଫିଜକୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା। ଫେବୃୟାରୀ ୧୪ ରେ ପୁଲୱାମା ଠାରେ ହୋଇଥିବା ଆତଙ୍କୀ ହମଲା ପରେ ଜାତିସଂଘ ତରଫରୁ ହାଫିଜ୍ ଉପରେ କଡ଼ା ନଜର ରଖିଥିଲା କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ। ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ବିଶେଷକରି ଆମେରିକାର ଚାପ ପଡ଼ିବାରୁ କୁଖାତ ଆତଙ୍କବାଦୀ ତଥା ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫଜ୍ ସଇଦ୍କୁ ଗିରଫ କରିଥିଲା। ହେଲେ ହାଫିଜ୍ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପାକିସ୍ତାନର ଏକ କୋର୍ଟ ତାକୁ ନଜରବନ୍ଦୀରୁ ମୁକ୍ତ କରିଥିଲା।

Comments are closed.