Odisha Link
Bridging the Missing Links in Odisha

ବିଧାନସଭା : ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶନିବାର ଗୃହକୁ ୩ଟା ଯାଏଁ ମୁଲତବି କରିଛନ୍ତି । ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ଦାବି କରି କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏନେଇ ମନ୍ତ୍ରୀଙ୍କ ଉତ୍ତର ନଚେତ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରି ସେମାନେ ହୋହାଲ୍ଲା କରିଥିଲେ । ପ୍ରଥମେ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଗୃହରେ ଉଠାଇଥିଲେ । ୨୦ ବର୍ଷ ହେଲା ଗୋଟିଏ ବି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇନଥିବା ଶ୍ରୀ ମିଶ୍ର କହିଥିଲେ । ଏଥିସହ ରାଜ୍ୟରେ ଶାସନ ତନ୍ତ୍ର ଚାଲିନି । ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ।

ଯାହାକୁ ନେଇ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୨ଟା ୫୦ ଯାଏଁ ମୁଲତବି କରିଦେଇଥିଲେ ।

ପରେ ୧୨ଟା ୫୦ରେ ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ସମାନ ଦାବି ନେଇ ହୋହାଲ୍ଲା କରିଥିଲେ । ତେବେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିବା ସହ ସର୍ବଦଳୀୟ ବୈଠକ ଡାକିଥିବା ଜଣାଯାଇଛି ।

Comments are closed.