Odisha Link
Bridging the Missing Links in Odisha

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ

ଅନୁଗୋଳ : ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ମିଳିଛି । ଅନୁଗୋଳ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ୧୯ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଲୁଗାଁର ଜଣେ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ନାବାଳିକା ଜଣଙ୍କ ଅପରାହ୍ନରେ ତାଙ୍କ ବାପାଙ୍କ ନିକଟକୁ ଖାଇବାକୁ ନେଇ ଯାଉଥିବା ବେଳେ ହିଁ ସେହି ଗାଁର ଅନାମ ଦେହୁରୀ ନାବାଳିକାକୁ ପାଶବିକ ଅତ୍ୟାଚାର କରିଥିଲା । ନାବାଳିକାକୁ ଅପହରଣ କରିନେବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହତ୍ୟା ପରେ ସେ ଫେରାର ହୋଇଯାଇଥିଲା । ପୋଲିସ ତାକୁ ଗିରଫ କରି ତା ବିରୋଧରେ କୋର୍ଟ ଚାର୍ଜସିଟ୍ ଦାଖଲ କରିଥିଲା ।ମାମଲା ଅନୁଗୋଳ ଏଡିଜେ କୋର୍ଟ ଚାଲିଥିବା । ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଘଟଣାରେ ଅଭିଯୁକ୍ତ ଅନାମ ଦେହୁରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Comments are closed.