Odisha Link
Bridging the Missing Links in Odisha

ବିଜେଡି ଓ ବିଜେପି ସମ୍ପର୍କରେ ଏମିତି କହିଲେ ନରସିଂହ

ଭୁବନେଶ୍ୱର : ପୁଣି ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ । ଏବେ ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ହୋଇଛି । କେନ୍ଦ୍ରର ଓଡ଼ିଶା ପ୍ରତି ଉଦାସୀନତା ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏହା କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ହୋଇଛି । ଉଭୟଙ୍କ ଭିତରେ କିଛି ନା କିଛି ବୁଝାମଣା ହୋଇଛି । ଯେଉଁଥି ପାଇଁ ବିଜେଡି ଆଉ ପୂର୍ବ ଭଳି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଉ ନାହିଁ । ପଶ୍ଚିମବଙ୍ଗ ଭଳି କେନ୍ଦ୍ରର ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଅକ୍ଷରେ ଅକ୍ଷରେ ମାନି ଯାଉଛନ୍ତି । କିଛି ବି କହୁନାହାନ୍ତି । କିନ୍ତୁ ରାଜ୍ୟ ସରକାର ଯାହା କହୁଛନ୍ତି କେନ୍ଦ୍ର ସରକାର ତାହା ମାନୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Comments are closed.