Odisha Link
Bridging the Missing Links in Odisha

ଓଜେଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଗୌରବ ଆଣିଲେ ସୁନାଝିଅ ରୀତି

ଭୁବନେଶ୍ବର: ଗତ ସପ୍ତାହରେ ପ୍ରକାଶ ପାଇଛି ୨୦୧୮ ଓଜେଏସ୍‌ ପରୀକ୍ଷାଫଳ। ଜଗତସିଂହପୁର ଜିଲ୍ଲାର ଝିଅ ରୀତି ତ୍ରୀପାଠୀ ଓଜେଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଦେବିପ୍ରସନ୍ନ ତ୍ରିପାଠୀ ଓ ସୁଚରିତା ଷଡ଼ଙ୍ଗୀଙ୍କ ଝିଅ ରୀତି। ସେ ଜଣେ ମେଧାବୀ ଛାତ୍ରୀ ଓ ପ୍ରଚଣ୍ଡ ପ୍ରତିଭାର ଅଧିକାରିଣୀ। ଆଇନ୍‌ ପାଠ୍ୟକ୍ରମ ପାଇଁ ତାଙ୍କର ସମର୍ପଣ ଭାବ ତାଙ୍କୁ ପ୍ରତି ମୁହୁର୍ତ୍ତରେ ଦେଇଛି ସ୍ବତନ୍ତ୍ର ପରିଚୟ। ସେ ଜଣେ ସକରାତ୍ମକ ଚନ୍ତାଧାରାର ଛାତ୍ରୀ। ସେ ନିଜର ଆଇନ୍‌ ଶିକ୍ଷା ୟୁନିଭରସିଟି ଆଇନ୍‌ କଲେଜରୁ ପାଞ୍ଚବର୍ଷର ଇଣ୍ଟୀଗ୍ରେଟେଡ଼ ଲ ଶେଷ କରିବା ପରେ ବର୍ତ୍ତମାନ ପିଜି ଡିପାଟମେଣ୍ଟ ଅଫ୍‌ ଲ ର ଦ୍ବିତୀୟ ବର୍ଷର ଛାତ୍ରୀ।

ସେ ଜଣେ ମେଳାପୀ ଓ ଆଇନ୍‌ ଶିକ୍ଷା କ୍ଷେତ୍ରରେ ଜଣେ ଚଳଚଞ୍ଚଳ ଛାତ୍ରୀ। ସେ କୁହନ୍ତି ଯାହାର ଲକ୍ଷ୍ୟ ସ୍ଥିର ତାହାର ବିଜୟ ସୁନିଶ୍ଚିତ। ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କ ପିତାମାତା, ଶିକ୍ଷକ, ଗୁରଜନ ମାନଙ୍କର ଆର୍ଶିବାଦ ଓ ପ୍ରିୟଜନ ମାନଙ୍କ ସ୍ନେହ ଶ୍ରଦ୍ଧାକୁ ସମର୍ପଣ କରିଛନ୍ତି। ଭବିଷ୍ୟତରେ କିଭଳି ଭାବରେ ଗରିବ ଲୋକଙ୍କୁ ସଠିକ୍‌ ଭାବରେ ନ୍ୟାୟପ୍ରଦାନ କରାଯାଇପାରିବ ସେ ବିଷୟ ପ୍ରତି ଯଥେଷ୍ଟ ନଜର ଦେବେ ବୋଲି କହିଛନ୍ତି। ବର୍ତ୍ତମାନ ଶୁଭେଚ୍ଛୁ, ଗୁରୁଜନ ଓ ସାଙ୍ଗସାଥିଙ୍କଠାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.