Odisha Link
Bridging the Missing Links in Odisha

କ୍ରାଇମବ୍ରାଞ୍ଚ ନଜରରେ ସାରଥି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ । ବେଲ ବଣ୍ଡ ସର୍ତ୍ତ ପଳନ କରୁଛନ୍ତି କି ନାହିଁ କ୍ରାଇମବ୍ରାଞ୍ଚ ତାହାର ଅନୁଧ୍ୟାନ କରିବ । ସାରଥୀ ସର୍ତ୍ତ ପାଳନ ନକଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜେ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ସୋମବାର, ସାରଥୀଙ୍କୁ ତୃତୀୟ ମାମଲାରେ ଜାମିନ୍ ଦେଇଥିଲେ ହାଇକୋର୍ଟ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ । ତେବେ ଜାମିନ୍ ମଂଜୁର କରିବା ସହ ସର୍ତ୍ତ ରଖିଥିଲେ ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସର୍ତ୍ତ ମୂତାବକ, ସାରଥୀ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ । ଧାର୍ମିକ ସମାବେଶ ଓ କାର୍ୟ୍ୟକ୍ରମରେ ଯୋଗଦେବେ ନାହିଁ । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ ।

Comments are closed.