Odisha Link
Bridging the Missing Links in Odisha

ନାଲକୋରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ : ନାଲକୋରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ନାଲକୋ ସ୍ମେଲଟର ଏବଂ ସିପିପି ଗେଟ୍ ବନ୍ଦ କଲେ ପରିବାର ଏବଂ ସ୍ଥାନୀୟ ଲୋକେ। ଶ୍ରମିକ ମିଥୁନ ନାଥର ମୃତଦେହ ରଖି ଆନ୍ଦୋଳନ କରାଯାଇଛି। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି ପରିବାରଲୋକ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଓ ସିଆଇଏସଏଫ ଯବାନ ମୁତୟନ କରାଯାଇଛି। ଗତ ୨୩ ତାରିଖରେ ନାଲକୋ ସ୍ମେଲଟର କାଷ୍ଟ ହାଉସରେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ମିଥୁନ ନାଗ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଗତ ୨୩ ତାରିଖରେ ନାଲକୋ ସ୍ମେଲଟର କାଷ୍ଟ ହାଉସରେ ହୋଇଥିଲା ଦୁର୍ଘଟଣା। ୪ ଜଣ ଆହତ ହୋଇଥିଲେ। ମିଥୁନ ନାଥ ଗୁରୁତର ଥିଲେ। ପ୍ରଥମେ ଅଶ୍ଵିନୀ ପରେ ଦିଲ୍ଲୀରେ ଚିକିତ୍ସା ହେଉଥିଲା। କିନ୍ତୁ ଦିଲ୍ଲୀରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଶବ ଅନୁଗୋଳ ଆସିବା ପରେ ସ୍ମେଲଟର ପ୍ଲାଣ୍ଟ ଆଗରେ ଶବ ରଖି ଧାରଣାରେ ବସିଛନ୍ତି। ଦାବି ମୁତାବକ ତାଙ୍କ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ୩୦ ଲକ୍ଷ ଟଙ୍କା ରହିଛି। କିନ୍ତୁ ନାଲକୋ ନିୟମ ଅନୁସାରେ କେବଳ ୮ ଲକ୍ଷ ଟଙ୍କା ଦେବା ପାଇଁ କହୁଛି। ଏଥିରେ ଅସନ୍ତୁଷ୍ଟ ଅଛନ୍ତି ପରିବାର ଲୋକ। ଫଳରେ ପ୍ଲାଣ୍ଟ ଭିତରକୁ ବା ବାହାରକୁ କୌଣସି କର୍ମଚାରୀ ଯାଇ ପାରୁନାହାନ୍ତି। ଉତ୍ତେଜନା କଣ୍ଟ୍ରୋଲ ପୋଲିସ ଓ ସିଆଇଏସଏଫ ଯବାନ ମୁତୟନ ଅଛନ୍ତି।

Comments are closed.