Odisha Link
Bridging the Missing Links in Odisha

ଦିବ୍ୟାଙ୍ଗ ବନ୍ଧୁଙ୍କ ବନ୍ଧୁତା

ଭୁବନେଶ୍ବର: ବନ୍ଧୁ ବିନା ଜୀବନ ଅଧୁରା। ସାଙ୍ଗ ବିନା ଜୀବନଟା ଯେମିତି ମରୁଭୂମି ସଦୃଶ। ଆପଣତ ଆଗରୁ ବହୁତ ବନ୍ଧୁତା କାହାଣୀ ଶୁଣିଥିବେ। ତେବେ ଆଜିର ବନ୍ଧୁତା ଦିବସରେ ଆମେ ଆପଣଙ୍କୁ ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ ବିଷୟରେ କହିବୁ। ସେ ଆଉ କେହି ନୁହନ୍ତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅନ୍ତର୍ଜାତୀୟ ପାରାବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଓ ସୁନିଲ ପ୍ରଧାନ। ଆଜିର ପବିତ୍ର ବନ୍ଧୁତା ଦିବସରେ ସୁନିଲ ପ୍ରଧାନ ତାଙ୍କର ବନ୍ଧୁତାକୁ ନେଇ କିଛି କହିଛନ୍ତି ତେବେ ଆସନ୍ତୁ ଜାଣିବେ ସେ କଣ କହିଛନ୍ତି।

ଘଟଣା ପୁରୁଣା ନୁହେଁ ୨୦୧୪ ମସିହାର କଥା ବ୍ୟାଡ଼ମିଣ୍ଟନ ଅଭ୍ୟାସରେ ବହୁତ ଅସୁବିଧା ହେଉଥିଲା। ତେଣୁ ମୁଁ କଟକ ଆସିଥିଲି ହେଲେ କଟକରେ ବହୁ ସ୍ଥାନ ବୁଲି ଅଭ୍ୟାସର ସୁଯୋଗ ପାଉନଥିଲି। ଏକ ସମୟ ଥିଲା ବହୁତ ଅସୁବିଧା ଦେଇ ଗତି କରୁଥିଲି ବୋଲି କହିଛନ୍ତି ସୁନୀଲ। ପ୍ରମୋଦ ଭଗତ ଭାରତୀୟ ପାରାବ୍ୟାଡ଼ମିଣ୍ଟନର ଦଳର ଜଣେ ଭଲ ଖେଳାଳି। ଭାଇଙ୍କୁ ମୁଁ ପୂର୍ବରୁ କେବଳ ଜାତୀୟ ଚାମ୍ପିଅନସିପରେ ଦେଖିଥିଲି। ତାଙ୍କ ନମ୍ବର ସଂଗ୍ରହ କରି ଫୋନ କରିଥିଲି। ଏବଂ ମୋର ସମସ୍ତ ଅସୁବଧା କଥା ପ୍ରମୋଦ ଭାଇଙ୍କୁ କହିଥିଲି। ତାପରେ ପ୍ରମୋଦ ଭାଇ ମୋ କଥା ରଖି ତାଙ୍କ ପାଖରେ ରଖି ପ୍ରଶିକ୍ଷଣ ଦେବା ସହ ସାଥିରେ ଖେଳିବାକୁ ନେଉଥିଲେ ବୋଲି କହିଛନ୍ତି ସୁନୀଲ।

ଏଥି ସହିତ ସୁନୀଲ କହିଛନ୍ତି ଯେ, ପ୍ରମୋଦ ଭାଇ ମୋତେ ସର୍ବାଦ ଖେଳରେ ସାହାଯ୍ୟ କରିବା ସହିତ ଜୀବନର ପ୍ରତିଟି ମୁହୂର୍ତ୍ତରେ ମଧ୍ୟ ମୋ ସହିତ ରହିଛନ୍ତି। ମୁଁ ମୋ ଖେଳ ଜୀବନରେ ଯେତିକି ସଫଳତା ପାଇଛି ତା ସବୁ ପ୍ରମୋଦ ଭାଇଙ୍କ ଶ୍ରେୟ ଏବଂ ତାଙ୍କ ସହଯୋଗକୁ କେବେବି ଭୁଲି ପାରିବି ନାହିଁ ବୋଲି କହିଛନ୍ତି ସୁନୀଲ ପ୍ରଧାନ। ଏବେ ଉଭୟ ଏକାଠି ରହି ଆସୁଛୁ। କେବେ ହେଲେ ମୋତେ ସେ ପର ବୋଲି ଭାବି ନାହାନ୍ତି। ଦିବ୍ୟାଙ୍ଗ କ୍ରୀଡ଼ାରେ ଜଣେ ଜଣେ ଆର୍ନ୍ତଜାତୀୟ ଖେଳାଳି ହୋଇଥିବାବେଳେ ବନ୍ଧୁତ୍ବ ଅତୁଟ ରହିଛି ବୋଲି ସୁନୀଲ କହିଛନ୍ତି।

Comments are closed.