Odisha Link
Bridging the Missing Links in Odisha

ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇଲେ ବିରାଟ

ଫ୍ଲୋରିଡା: ଶନିବାର ଖେଳାଯାଇଥିବା ଭାରତ-ଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଜୟୀ ଲାଭ କରିଛି। ଏଥି ସହିତ ଟିମ୍‌ ଇଣ୍ଡିଆର ୨ ଷ୍ଟାର ଖେଳାଳି ଏବେ ଟି-୨୦(ଆଇସିସି) କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ତେବେ ଏହି ମ୍ୟାଚରେ ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ରୋହିତ ଶର୍ମା ଏହି ମ୍ୟାଚରେ ୨୪ ରନ କରି ଆଉଟ୍ ହୋଇଥିବା ବେଳେ ବିରାଟ ମାତ୍ର ୧୯ ରନ କରିବାକୁ ସକ୍ଷମ ହୋଇଥିଲେ।

ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ବର୍ତ୍ତମାନ ସୁଦ୍ଧା ୭୬ଟି(୭୪ ଇନିଂସ, ଦୁଇଟି ଶତକ, ୧୪ଟି ଅର୍ଦ୍ଧଶତକ) ଟି-୨୦ ଖେଳିଥିବା ବେଳେ ୩୩.୯୧ ହାରରେୈ ୨୨୭୨ ରନ କରିଛନ୍ତି । ତେବ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚି ସାରିଛନ୍ତି। ବିରାଟ କୋହଲି ୬୮ଟି ଟି-୨୦ ମ୍ୟାଚ(୬୩ ଇନିଂସ, ୨୦ଟି ଅର୍ଦ୍ଧଶତକ)ରେ ୪୯.୬୧ ହାରରେ ୨୨୮୨ ରନ କରି ଆଇସିସି ଟି-୨୦ ସର୍ବାଧିକ ରନ କରିବା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ଭାରତୀୟ ଦଳର ଉପଅଧିନାୟକ ହିଟମ୍ୟାନ ରୋହିତ ଶର୍ମା। ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ୯୫ଟି(୮୭ ଇନିଂସ, ୪ଟି ଶତକ,୧୬ଟି ଅର୍ଦ୍ଧଶତକ) ଟି-୨୦ ମ୍ୟାଚରୁ ୩୨.୨୬ ହାରରେ ୨୩୫୫ ରନ କରି ଶୀର୍ଷରେ ଅଛନ୍ତି।

ଭାରତୀୟ ଯୁବ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୯୫ ରନ କରିବାକୁ ସମର୍ଥ ହୋଇଥିଲା। ପରେ ଭାରତୀୟ ଦଳ ୧୭.୨ ଓଭରରେ ୬ ୱିକେଟ ହରାଇ ୯୬ ରନର ବିଜୟଲକ୍ଷ୍ୟକୁ ହାସଲ କରିଥିଲା।

Comments are closed.