Odisha Link
Bridging the Missing Links in Odisha

ଜବତ ହେଲା ସାଢ଼େ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର ନିକଟସ୍ଥ ଘାଟଘର ସାହି ଅଞ୍ଚଳରୁ ମୁନା ନାଥଙ୍କ ପାଖରୁ ସୋମବାର ପ୍ରାୟ ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାସହ ମୁନାକୁ ଗିରଫ କରାଯାଇଛି। କଟକସ୍ଥିତ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନ ସୁଗାର ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ସାଢେ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି କାରବାର ଉପରେ ପ୍ରାୟ ୧୫ ଦିନ ହେବ ଗୁଇନ୍ଦା ବିଭାଗ ନଜର ରଖିଥିଲା।

Comments are closed.