Odisha Link
Bridging the Missing Links in Odisha

ମାଲକାନଗିରିରେ ନାରୀ ମାନଙ୍କ ସୁରକ୍ଷା ପାଇଁ ତାଲିମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ର ବିଭିନ୍ନ ଆବାସିକ ବିଦ୍ୟାଳୟ ମାନଙ୍କ୍ ରେ ପ୍ର୍ୟତେକ ରବିବାର ଦିନ ଛାତ୍ରୀମାନଙ୍କୁ ଦିଆଯାଉଛି ଆତ୍ମ ସୁରକ୍ଷା ସଂପର୍କିତ ତାଲିମ୍। ଏଥିସହ ମାସିକ ଋତୁସ୍ରାବ ସମୟରେ ଅବଲମ୍ବନ କରାଯାଉଥିବା ସ୍ଵଚ୍ଛତା,ଉତ୍ତମ ସ୍ପର୍ଶ କଣ ମନ୍ଦ ସ୍ପର୍ଶ ଆଦି ଉପରେ ପ୍ରଶିକ୍ଷଣ ଦିଉଛନ୍ତି ଆବାସିକ ବିଦ୍ୟାଳୟର ବଡ଼ ଦିଦି ମାନେ ।
ଆଜିକାର ଦୁନିଆରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି। ସମାଜରେ ପ୍ରତିଦିନ ଘଟୁଥିବା ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଘଟଣା ଆମକୁ ବ୍ୟଥିତ କରିଥିବା କରିଥିା ବେଳେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗରୱାଲ ଓ ନୀତି ଆୟୋଗର ପି ଏମ୍ ଆର୍ ଡି ରାଜ୍ ଶେଖର ରେଡ୍ଡୀ କିଛି ସ୍ୱେଚ୍ଛାସେବୀ ଝିଅ ମାନଙ୍କୁ ନେଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରାଥମିକ ସ୍ତରରେ ଛାତ୍ରୀମାନଙ୍କୁ ଦିଆଯାଉଛି ଆତ୍ମସୁରକ୍ଷା, ମାସିକ ଋତୁସ୍ରାବ ସମୟରେ ଅବଲମ୍ବନ କରାଯାଉଥିବା ସ୍ଵଚ୍ଛତା,ଉତ୍ତମ ସ୍ପର୍ଶ କଣ ମନ୍ଦ ସ୍ପର୍ଶ ଲୋକଙ୍କ ଖରାପ ନଜର ଖରାପ ଉଦ୍ଦେଶ୍ଯ ରେ କେହି ଛୁଇବା ଆଦି କୁ କିପରି ଜାଣିପାରିବେ ସେଥିପ୍ରତି ଛାତ୍ରୀମାନଙ୍କୁ ସ୍ୱେଚ୍ଛାସେବୀ ଝିଅ ମାନେ ତାଲିମ୍ ଦେଉଛନ୍ତି। ଏମିତି କି କେତେବେଳେ କୌଣସି ଝିଅ ମାନଙ୍କ ପ୍ରତି ଅତର୍କିତ ଆକ୍ରମଣ ହେଲେ ନିଜକୁ ସଇତାନ କବଳ ରୁ କିପରି ରକ୍ଷା କରିବେ ସେଥିପାଇଁ ସ୍ଵତନ୍ତ୍ର ତାଲିମ ଦେଉଛନ୍ତି ବିଦ୍ୟାଳୟର ବଡ଼ ଦିଦି ମାନେ।

Comments are closed.