Odisha Link
Bridging the Missing Links in Odisha

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଆଶାରାମ ମୁଦୁଲି ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟକୁ ଶୌଚ କରିବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ଭାଲୁ ମୁହଁରୁ ଆଶାରାମଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ।
ଆଶାରାମଙ୍କ ଶରୀରର କ୍ଷତ ଗଭୀର ଓ ଗୁରୁତର ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆଶାରାମଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଛି । ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।

Comments are closed.