Odisha Link
Bridging the Missing Links in Odisha

ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କକ୍ରୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରିଲୋକ ଗ୍ରାମରେ ସୋମବାର ନିଜ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଯୁବକ ଜଣକ ତାଙ୍କର ଟ୍ରାକ୍ଟର ଷ୍ଟାର୍ଟ କରିବା ପରେ ତା’ର ଇଞ୍ଜିନ ଯାଞ୍ଚ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଟ୍ରାକ୍ଟରର ଗିଅର୍‍ ବଦଳିଯିବାରୁ ଟ୍ରାକ୍ଟରଟି ତାଙ୍କ ଉପରେ ଚଢିଯାଇଥିଲା। ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା।

Comments are closed.