Odisha Link
Bridging the Missing Links in Odisha

ଆଜି ବାତିଲ ହେଲା ଭୁବନେଶ୍ୱରରୁ ମୁମ୍ବାଇ କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୧୧୦୨୦ ଭୁବନେଶ୍ୱରରୁ ମୁମ୍ବାଇକୁ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରର ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ ବନ୍ୟା ପରିସ୍ଥିତି ସହିତ ରେଳ ଧାରଣା ଉପରେ ଜଳ ପ୍ରବାହିତ ହେବା ଓ ମାଟି ଧସିବା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

Comments are closed.