Odisha Link
Bridging the Missing Links in Odisha

ଐତିହାସିକ: କାଶ୍ମୀରରୁ ହଟିବ ଧାରା-୩୭୦

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟେଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ରଖିଥିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ। ଧାରା ୩୭୦ର ପରିବର୍ତ୍ତନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି ବୋଲି କହିଛନ୍ତି ଅମିତ୍‌ ଶାହ। ଅନୁଛେଦ ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖକୁ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ରାଜ୍ୟ ହେବ। ଏଥିସହିତ ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ।

ଗୃହମନ୍ତ୍ରୀ ରାଜ୍ୟସଭାରେ ପ୍ରସ୍ତାବ ରଖିଲା ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟସଭାରେ ଗୃହମନ୍ତ୍ରୀ ଏହି ପ୍ରସ୍ତାବ ରଖିବା ପରେ ବିରୋଧୀ ଏହାର ଦୃଢ଼ ବିରୋଧ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିରୋଧୀ ସାଂସଦଙ୍କ ନାରାବାଜିକୁ ଦେଖି ଗୃହରେ ମାର୍ଶଲ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ଗତ ସପ୍ତାହରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଏହାପରେ ଗତକାଲି କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏମିତିକି ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି।

Comments are closed.