Odisha Link
Bridging the Missing Links in Odisha

ଯୁବକଙ୍କ ମୃତ୍ୟୁକୁ ନେଇ ରେଳରୋକ

କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ରେଳରୋକ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ କୋରାପୁଟ ଜିଲ୍ଲା ଲିଟିଗୁଡା ନିକଟ ରେଳ ଲାଇନ୍‌ କଡ଼ରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ନାଁ ଅମିର ବେନ୍ୟା। ତାଙ୍କ ଘର ଲିଟିଗୁଡାରେ। ତେବେ ଟ୍ରେନ୍‌ରେ କଟି ସେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଲୁକା ଷ୍ଟେସନ ନିକଟରେ ରେଳରୋକ କରିଥିଲେ।
ଫଳରେ ପ୍ରାୟ ଦୀର୍ଘ ସମୟ ଧରି ୩ଟି ଟ୍ରେନ୍ ଷ୍ଟେସନରେ ଅଟକି ରହିଥିଲା। ଡୁମୁରିପୁଟରେ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ଓ କୋରାପୁଟରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଥିଲା। ଏହାବ୍ୟତୀତ ବାଇଗୁଡ଼ା ଷ୍ଟେସନରେ ରାଉରକେଲା ଏକ୍ସପ୍ରେସ୍‌ ଅଟକି ରହିଥିଲା। ରେଳରୋକ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରେନ୍‌ରେ କଟି ଯୁବକ ପ୍ରାଣ ହରାଇ ନ ଥିବା କହିବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରେନ୍ ଲାଇନ୍‌ରୁ ଧାରଣାରୁ ହଟିଥିଲେ।

Comments are closed.