Odisha Link
Bridging the Missing Links in Odisha

ଐିତିହାସିକ: ଜମ୍ମୁ ଓ କଶ୍ମୀରରୁ ଅଲଗା ହେଲା ଲଦାଖ

ନୂଆଦିଲ୍ଲୀ: ମୋଦି ସରକାର ଆଜି ସଂସଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଧାରା-୩୭୦ ବଦଳେଇବାକୁ ପ୍ରସ୍ତାବ ରଖିଛନ୍ତି। ଏଥିସହିତ ରାଜ୍ୟ ପୁର୍ନଗଠନ ବିଧେୟକ ପ୍ରସ୍ତାବ ରଖିଛନ୍ତି ଅମିତ ଶାହ। ଏହାଦ୍ବାରା ଜମ୍ମୁ-କଶ୍ମୀରରୁ ଲଦାଖ ଅଞ୍ଚଳକୁ ଭିନ୍ନ କରି ଦିଆଯିବ ଏବଂ ଲଦାଖକୁ ବିନା ବିଧାନସଭା କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ଦିଆଯାଇଛି। ଚଣ୍ଡିଗଡ଼ ପରି ଲଦାଖରେ ବିଧାନସଭା ରହିବ ନାହିଁ ବୋଲି ପ୍ରକାଶ ପାଇଛି। କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଦ୍ଦୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।

ଅମିତ ଶାହାଙ୍କ ସ୍ୱାକ୍ଷରିତ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି, ନିଜସ୍ୱ ଆଶା ଆଙ୍କାକ୍ଷା ପୂରଣ ପାଇଁ ନିମନ୍ତେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀଙ୍କର ଦାବି ରହିଥିଲା। ପ୍ରସ୍ତାବରେ ଆହୁରି ଉଲ୍ଲେଖ ରହିଛି ଯେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ସୀମାପାରି ଆତଙ୍କବାଦ ଦ୍ୱାରା ପ୍ରେରିତ ସାମ୍ପ୍ରତିକ ଅଭ୍ୟନ୍ତରୀଣ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯିବ।

Comments are closed.