Odisha Link
Bridging the Missing Links in Odisha

୭ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ନେଇ କେନ୍ଦ୍ର ସରକାର ଆଜି ବଡ ଫଇସଲା କରିଛନ୍ତି। ଜାମ୍ମୁ-କାଶ୍ମୀରକୁ ନେଇ ୪ଟି ବଡ ନିଷ୍ପତ୍ତି ନେଇଛନ୍ତି। ଘାଟିରୁ ଧାରା-୩୭୦କୁ ହଟାଇଦିଆଯିବା ସହ ରାଜ୍ୟ ମାନ୍ୟତା ହରାଇଛି ଜାମ୍ମୁ-କାଶ୍ମୀର। ଘାଟିକୁ ଦୁଇଭାଗରେ ବିଭକ୍ତ କରିଦିଆଯାଇଛି। ଜାମ୍ମୁ-କାଶ୍ମୀରରୁ ଅଲଗା ହେଲା ଲଦ୍ଦାଖ। ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଂଚଳ କରାଯାଇଥିବାବେଳେ ଲଦ୍ଦାଖକୁ ବି କେନ୍ଦ୍ର-ଶାସିତ ଅଂଚଳ ମାନ୍ୟତା ଦିଆଯାଇଛି। ଜାମ୍ମୁ-କାଶ୍ମୀରରେ ବିଧାନସଭା ରହିବ। କିନ୍ତୁ ବିନା ବିଧାନସଭାରେ ଲଦ୍ଦାଖକୁ କେନ୍ଦ୍ରଶାସନିତ ଅଂଚଳର ମାନ୍ୟତା ମିଳିଛି। ଉଭୟ କେନ୍ଦ୍ରଶାସିତ ଅଂଚଳରେ ଦୁଇଜଣ ଲେଫଟନାଣ୍ଟ ଗଭର୍ଣ୍ଣର ରହିବେ। ଲଦ୍ଦାଖକୁ କେନ୍ଦ୍ରଶାସିତ ଅଂଚଳ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଆୟତନ ଦୃଷ୍ଟିରୁ ଜାମ୍ମୁ-କାଶ୍ମୀର ବଡ ହେବ। ଉଭୟ କେନ୍ଦ୍ରଶାସିତ ଅଚଂଳରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ପ୍ରକାଶ ପାଇଛି।

ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ।ଜମ୍ମୁ-କଶ୍ମୀର ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଦେଶବାସୀଙ୍କ ଜଣାଇବେ। ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବେ। ଏଥିସହ ସେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ କଥା ହେବେ। ମୋଦି ପଞ୍ଜାବ, ହରିଆଣା, ୟୁପି, ବିହାର, ପଶ୍ଚିମବଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.