Odisha Link
Bridging the Missing Links in Odisha

ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଆଉ କିଛି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ରୁଟ୍‌ର ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବାରୁ ରେଳ ସେବାରେ ବାଧା ସୃଷ୍ଟି ହୋଇଛି। ଆଜି ପାଇଁ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜରକୁ ଉଭୟ ପଟୁ ବାତିଲ କରାଯାଇଛି।
ଗତ ୫ତାରିଖରୁ ଅହମ୍ମଦାବାଦରୁ ବାହାରିଥିବା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଟିଟିଲାଗଡ଼, ସମ୍ବଲପୁର ଓ ଅନୁଗୁଳ ଦେଇ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିବ। ସେହିପରି ବିଶାଖପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସର ମଧ୍ୟ ରୁଟ୍ ପରିବର୍ତ୍ତନ କରାଯାଇଛି। ଗତକାଲି ଭୁବନେଶ୍ୱରରୁ ବାହାରିଥିବା ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଏଥିସହ ଆହୁରି ଅନେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ‌ଆଂଶିକ ଭାବେ ବାତିଲ କରାଯାଇଛି।

Comments are closed.