Odisha Link
Bridging the Missing Links in Odisha

ସୁଧୁରୁଛି ଜମ୍ମୁ-କାଶ୍ମୀର ସ୍ଥିତି

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୨ ଦିନ ପରେ ଜମ୍ମୁ-କଶ୍ମୀରରେ ଜନଜୀବନ ସାଧାରଣ ଅବସ୍ଥାକୁ ଫେରିଆସିଛି। ଜମ୍ମୁ କଶ୍ମୀର ମୁଖ୍ୟ ସଚିବ ସରକାରୀ କର୍ମଚାରୀଙ୍କୁ ନିଜ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସାମ୍ବା ଜିଲ୍ଲାରେ ଶୁକ୍ରବାର ଠାରୁ ସବୁ ସ୍କୁଲ ପୂର୍ବ ଭଳି ଖୋଲା ରହିବ ବୋଲି ପ୍ରକାଶ ପାଇଛି। ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ ଏକ ଆଦେଶରେ କହିଛନ୍ତି, ଡିଭିଜନ ଲେବେଲ, ଜିଲ୍ଲାସ୍ତରୀୟ ଓ ଶ୍ରୀନଗରସ୍ଥିତ ସିଭିଲ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀ ଜାରୁରୀକାଳୀନ ଭିତ୍ତିରେ ନିଜ କାମକୁ ଫେରନ୍ତୁ। ଏଥି ସହିତ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଯେ, କାମକୁ ଫେରୁଥିବା ସବୁ କର୍ମଚାରୀଙ୍କୁ ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ବାତାବରଣ ସୁନିଶ୍ଚିତ କରନ୍ତୁ।

ଜମ୍ମୁ କଶ୍ମୀର ସରକାର ଏକ ବୟାନରେ କହିଛନ୍ତି ଯେ, ସାମ୍ବା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ଯେ, ସବୁ ଶିକ୍ଷାନୁଷ୍ଠାନ ପୁଣିଥରେ ଶୁକ୍ରବାର ଠାରୁ ଖୋଲିବ। ଏଠାରେ ପୂର୍ବ ଭଳି କାମ କରାଯିବ। ସୂଚନାଯୋଗ୍ୟ ଧାରା ୩୭୦ ସଂପର୍କିତ ପ୍ରସ୍ତାବ ଅଗଷ୍ଟ ୫ରେ ରାଜ୍ୟସଭାରେ ଆଗତ କରାଯିବା ପୂର୍ବରୁ ଜମ୍ମୁ କଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାଜ୍ୟରେ ଅଗଷ୍ଟ ୪ରୁ ଇଣ୍ଟରନେଟ ଓ ସ୍କୁଲ-କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଏବେ ସାଧାରଣ ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିଛି।

Comments are closed.