ଏଣିକି ଓ୍ବେବସାଇଟରେ ଉପଲବ୍ଧ ହେବ ସାହିତ୍ୟ ଏକାଡେମୀ ପୁରସ୍କାର ତଥ୍ୟ

ଭୁବନେଶ୍ବର: ଏଣିକି ଓ୍ବେବସାଇଟରେ ଉପଲବ୍ଧ ହେବ ସାହିତ୍ୟ ଏକାଡେମୀ ପୁରସ୍କାର-୨୦୧୮ ସମ୍ୱନ୍ଧୀୟ ତଥ୍ୟ। ଏନେଇ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ସାହିତ୍ୟ ଏକାଡେମୀ ସଚିବ ଡ. କେ ଶ୍ରିନିବାସ ରାଓ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଜୁରୀ ସଦସ୍ୟଙ୍କ ନାମ ଓ ଚୂଡାନ୍ତ ପର୍ଯାୟରେ ମନୋନୀତ ହୋଇଥିବା ପୁସ୍ତକର ତାଲିକା ପ୍ରକାଶ କରିବା କଥା। କେନ୍ଦ୍ର ସାହିତ୍ୟ ଏକାଡେମୀର ନିୟମାବଳୀ ଅନ୍ତର୍ଗତ ନିୟମ-୬ ଅନୁସାରେ ବାର୍ଷିକ ପୁରସ୍କାର ଘୋଷଣା କଲାବେଳେ ଜୁରୀ ସଦସ୍ୟଙ୍କ ନାମ ଓ ଚୂଡାନ୍ତ ପର୍ଯ୍ୟାୟରେ ମନୋନୀତ ପୁସ୍ତକର ତାଲିକା ପ୍ରକାଶ କରିବା କଥା। କିନ୍ତୁ ଏହି ନିୟମକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଳନ କରୁ ନ ଥିଲା।
ଏହି ନିୟମ ପୁରସ୍କାର ପାଇଁ ପୁସ୍ତକ ଚୟନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ତାହାକୁ ପାଳନ କରିବା ସହିତ ୨୦୧୮ ମସିହା ପାଇଁ ଘୋଷିତ ପୁରସ୍କାର ସଂକ୍ରାନ୍ତରେ ସମସ୍ତ ତଥ୍ୟ ପ୍ରଘଟ କରିବାକୁ ପ୍ରବୀର ଦାସ ଏକାଡେମୀର ସଚିବଙ୍କୁ ଏକ ପତ୍ର ଲେଖିଥିଲି। ସେହି ପତ୍ରର ଉତ୍ତର ଦେଇ ସଚିବ ଲେଖିଛନ୍ତି ଯେ ସାହିତ୍ୟ ଏକାଡେମୀ ବାର୍ଷିକ ପୁରସ୍କାର ସମ୍ବନ୍ଧୀୟ ତଥ୍ୟ ନିୟମାନୁସାରେ ପ୍ରକାଶ କରିବ ଏବଂ ୨୦୧୮ ମସିହାର ପୁରସ୍କାର ସମ୍ପର୍କରେ ସମସ୍ତ ତଥ୍ୟ ଏକାଡେମୀର ୱେବ୍ -ସାଇଟ୍ -ରେ ଉପଲବ୍ଧ ହେବ।