Odisha Link
Bridging the Missing Links in Odisha

ବିଧାୟକଙ୍କ ଗାଡି ପୋଡି ଦେଲେ ଦୁର୍ବୃତ୍ତ

ତାଳଚେର : ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସରକାରୀ ବାସଭବନରେ ଗାଡି ପୋଡି ଦେଇଛନ୍ତି ଦୁବୃର୍ତ୍ତ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘର ବାହାରପଟୁ ଚାବି ପକାଇ ଗାଡି ପୋଡିଦେଇଥିବା ଅଭିଯୋଗ ହୋଇଛି। ଘରେ ଥିବା ଲୋକ ଏହି ଅଭିଯୋଗ ଆଣିଛନ୍ତି। ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ ଓ ସାଇକେଲ ପୋଡିଯାଇଛି।
ଘଟଣା ସମୟରେ ବିଧାୟକ ଉପସ୍ଥିତ ନଥିଲେ। ତେବେ କ୍ୱାର୍ଟରରେ ୧୦ରୁ ଅଧିକ ଲୋକ ଶୋଇଥିଲେ । ସେମାନଙ୍କୁ ବାହାରୁ ତାଲା ପକାଇ ଏଭଳି କାଣ୍ଡ କରାଯାଇଛି। ବିଧାୟକଙ୍କ କ୍ୱାର୍ଟସକୁ ସମସ୍ତଙ୍କୁ ଆସିବାକୁ ଅନୁମତି ରହିଛି। ତେବେ କେହି ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନ ଥିଲେ ବି ଅତି ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି।

Comments are closed.