ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୧୦ଟି ଗେଟ୍

ସମ୍ବଲପୁର : ହୀରାକୁଦର ଡ୍ୟାମର ୧୦ଟି ଗେଟ୍ ଆଜି ବନ୍ଦ କରାଯାଇଛି। ସୋମବାର ଦିନ ହୀରାକୁଦ ଡ୍ୟାମ୍ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଆଜି ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯାଇଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ ଗେଟ୍ ବନ୍ଦ ଲାଗି ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପମୁଣ୍ଡରେ ବର୍ଷା ଯୋଗୁ ଇବ୍ ନଦୀରେ ବନ୍ୟାପାଣି ଆସିବାରୁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯାଇଥିଲା।