Odisha Link
Bridging the Missing Links in Odisha

ଜ୍ୱାଇଁର ଗୋଡ଼ ହାଣିଦେଲା ଶ୍ବଶୁର

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁଙ୍ଗୁରିଗୁଡା ଗ୍ରାମରେ ଏକ ଅଭାବନିୟ କାଣ୍ଡ ଘଟିଯାଇଛି। ଜ୍ୱାଇଁର ଗୋଡ଼ ହାଣିଦେଇଛି ଶ୍ବଶୁର। ଅଭିଯୁକ୍ତ ଜଣକ ହେଲେ ଶଶୀ ମହାଳିକ ଆହତ ଜ୍ୱାଇଁ ହେଲେ ବରପଦର ଗାଁର ସୌରଭ ଦଣ୍ଡିଆ। ଲିଖିତ ଭାବେ ଆହତଙ୍କ ବାପା ଚିତ୍ରସେନ ଦଣ୍ଡିଆ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସୌରଭଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ୨ ମାସ ତଳେ ସୌରଭ ଶଶୀ ମହାଳିକଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲେ। ମାତ୍ର ଏଥିରେ ତାଙ୍କର ସମ୍ମତି ନଥିଲା। ସେମାନେ ବରପଦରରେ ରହୁଥିଲେ। ୨ଦିନ ହେବ ଝିଅ ନିଜ ଘରକୁ ଆସିଥିଲା। ଝିଅକୁ ଶ୍ବଶୁର ଘରକୁ ନେବାକୁ ସୌରଭ ଆସିଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଝିଅର ବାପା ନିଜ ଜ୍ୱାଇଁ ଗୋଡ଼କୁ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ତାଙ୍କୁ ପ୍ରଥମେ ସୋନପୁର ମେଡିକାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଚଳାଇଛି।

Comments are closed.